ବ୍ୟତୀତ ସ୍ମୃତି
By Anjla Paramguru
ଦ୍ବୈତ ଜୀବନର
ଅଦ୍ଵୈତଭାବାପନ୍ନ ,
ପଲ୍ଲବିତ ମୁହୂର୍ତ୍ତରେ ,
କେଉଁ ଏକ ଅଭିଶପ୍ତର
ଅପ୍ରତ୍ୟାଶିତ ଦୃକ୍ ପାତ
କ୍ଷିନ୍ନଭିନ୍ନ କରିଗଲା
ପ୍ରୀତିର ମହ୍ଲାର କୁ ।
ଦlବାଗ୍ନିରେ ଦଗ୍ଧିଭୂତ ,
ପ୍ରେମ ପିପାସୁ ଅନ୍ତରାତ୍ମା ,
ସମ୍ବିତ୍ ସାଉଁଟି
ଧୀରେ ଧୀରେ
ଅନ୍ୱେଷଣ କରେ
ଅମୃତ ମୁହୂର୍ତ୍ତ ,
ବ୍ୟତୀତ ସ୍ମୃତିରେ ପରା
ହେବ ଏକୀଭୂତ।
By Anjla Paramguru

Comments