ବିଚିତ୍ର ବନ୍ଧନ
By Anjla Paramguru
ଉଜାଣି ବହେ ଜୀବନ
ଜଞ୍ଜାଳ ର ସ୍ରୋତ,
ସାବଧାନେ ଧର କାତ
ହିଆ କରି ଶକ୍ତ। (୧)
ଝଡ଼ଝଞ୍ଜା, ଚକ୍ରବାତ
ଆସଇ କ୍ରମରେ,
ଉତ୍ତରା ପବନ ପୁଣି
ବହେ ପରଖରେ । (୨)
ଧୀର ଚିତ୍ତ ସ୍ଥିର ମନେ
ନାଆ ବାହୁ ବାହୁ
ଉପଗତ ଭଉଁରୀ ଯେ
ହୁଏ ଚାହୁଁ ଚାହୁଁ । (୩)
ଆଶାତୀତ ନୀଳିମାର
ନିବିଡ଼ ପରଶେ
କଣ୍ଠାଗ୍ରତ ହୁଏ ପ୍ରାଣ
ଜୀବନ ଆୟୁଷେ। (୪)
ସୃଜନ - ସୃଜକ କେଡ଼େ
ବିଚିତ୍ର ବନ୍ଧନ
ଆର୍ତ୍ତବନ୍ଧୁ ଦୟାସିନ୍ଧୁ
ଶରଣ-ରକ୍ଷଣ। (୫)
By Anjla Paramguru

Comments