ପୁନଶ୍ଚ ଧର୍ମପଦ
- Hashtag Kalakar
- Dec 12, 2025
- 1 min read
By Jyoti Prakash Mohanty
ଝର ଝର ଝରିଯାଏ ଵାରୀଧାରା
ଅବିରତ..ଅଶାନ୍ତ..
ଅଭିମାନୀ ଅନ୍ଧକାର ରାତ୍ରୀ
ଆଜି ଅନ୍ତଃମୁଖୀ..!
ଜକ ମକ ବିଜୁଳି ଆଲୁଅ
ଟାଣିଦିଏ ଅଙ୍କାବଙ୍କା ରେଖା
ଆକାଶର ନଗ୍ନ ଛାତି ପରେ..
ଘନ ଘନ ଉତ୍ତାଳ ପବନ
ଥରେଈ ଦିଏ ଅସ୍ଥି ମଜ୍ଜା..ଆତ୍ମା
ନିଜ ଭିତରର ଦୀର୍ଘଶ୍ୱାସ
ଜାଳିଦିଏ କିଛି ଆଶା, କିଛି ସ୍ବପ୍ନ
ନିଜ ଗଢ଼ା କୋଣାର୍କ ଚୂଡ଼ାରେ ବସି
ଧର୍ମପଦ ନିଜର ଅସ୍ତିତ୍ବ ଖୋଜେ !
କୁହୁଳି କୁହୁଳି
ଲିଭି ଆସୁଥିବା ସ୍ୱାଭିମାନକୁ,
ଅହଂକାରର ଅଗ୍ନୀ ଦିଏ..
ସାମାନ୍ୟତାର ପ୍ରତିବଦଳରେ,
ଅସଧାରଣତାର ବଳିଦାନ
ଆକାଂକ୍ଷାକୁ..ଅଟ୍ଟହାସ୍ୟ କରେ !
ଅଶାନ୍ତ ବାରୀଧାରା
ଅନ୍ଧକାର ରାତ୍ରୀ
ବିଜୁଳି ଆଲୁଅ
ଉତ୍ତାଳ ପବନ
ଅପୂର୍ଣ୍ଣ ଆଶା
ଅସମାହିତ ପ୍ରଶ୍ନ ଙ୍କୁ
ସାକ୍ଷୀ ରଖି
ଧରମା ଓଲ୍ହେଇ ଆସେ !
ଅପାରଗତାରେ ଭରପୁର
ବାରଶ ବଢ଼େଇ ନୁହଁ..
ଆଜି, ଧରମା ନିଜକୁ ବାଛେ !
ଖୋଲା ଆଖିର ସ୍ୱପ୍ନରେ
ଅନେକ ଅଗଢ଼ା..ଅଧାଗଢା
କୋଣାର୍କ ର ମୁଣ୍ଡି ମାରି
ଧରମା ବହୁତ ହସେ.. !
By Jyoti Prakash Mohanty

Comments