ନୈଶ୍ୟ ଅଭିସାରିକା
By Anjla Paramguru
ଚନ୍ଦ୍ରମା ଗୋ! ଧୂମ୍ରାକାଶେ
ଆଲୁଳିତ କେଶେ,
କେଉଁ ଅଭିସାର ତୁମ
ବିଲୁଳିତ ବେଶେ !!
କୃଷ୍ଣ ଘନ ଫାଙ୍କେ
ତବ ଚୁପି ଚୁପି ହାସ,
ଇଙ୍ଗିତ କି ଲଭିବାକୁ
ପ୍ରେମର ପୀୟୁଷ ? ?
ଶତ ଯେ ସହସ୍ର ସଖୀ
ବେଢ଼ଣେ ତୁମର,
କାହାରେ ନିବେଶୀ ଗଲେ
ନୁହେଁ ତ ଗୋଚର ! !
ପ୍ରିୟ - ବିରହିଣୀ କିବା
ଅଟ ଗୋ ଲଳନା ;
ଲପନ ଲୁଚାଇ ଭ୍ରମ
ହୋଇ ଆନମନା !!!
ଟିଟିଲାଗଡ଼ ବଲାଙ୍ଗୀର
By Anjla Paramguru

Comments