ନାରୀ ନାରାୟଣୀ
- Hashtag Kalakar
- Oct 4
- 1 min read
By Anjla Paramguru
ଧନ୍ୟ ତାର ଜନ୍ମ କର୍ମ,
ଧନ୍ୟ ତା ଜୀବନ;
ପରିଭାଷା ଜୀବନର
ଯା'ର ବଳିଦାନ ।
ନାରୀ ନାରାୟଣୀ ସେ ଯେ
ଅଟେ ଯୋଗ - ଜନ୍ମା;
ଅନ୍ୟ ନାମ ଟି ତାହାର
ଆମ୍ବା, ଜଗଦମ୍ବା।
ଢୋକେ ପିିଇ ,
ଦଣ୍ଡେ ଜୀଇବlକୁ
ନାହିଁ ତାର ବେଳ ,
ଜୀବନର ପରିତ୍ରାଣ
କର୍ମ ହିଁ କେବଳ।
ଧୈର୍ଯ୍ୟ, ସାହସ, ଶକତି
ସଞ୍ଚି ଯେ ରମଣୀ
ଅସାଧ୍ୟକୁ ସାଧ୍ୟ କରେ
ହୋଇ ଆଗୁଅlଣୀ ;
ସାମାନ୍ୟl ନୁହେଁ ସେ ନାରୀ
ଅଟେ ନାରାୟଣୀ ।
କୋହ ଚାପି ବୁକୁ ତଳେ
ରୋଧି ନୀର ନେତ୍ର କୋଣେ ,
ବୋକ ଦିଏ , ନୀୟତିର
ନିର୍ଦ୍ଦୟ କର୍ମ ସଂସ୍ଥାନେ ;
ଅଟେ ସେ ଅନନ୍ୟା
କର୍ମ ର ସାରଣୀ,
ନାରୀ ନାରାୟଣୀ।
ଆସନ୍ନ ଆହ୍ଵାନ ତାକୁ
ପାରେ ନା ପରାସ୍ତ କରି,
ସେ ଯେ ରକ୍ଷାକlରିଣୀ,
ଅଭୟ ଦାୟିନୀ,
ନାରୀ ନାରାୟଣୀ ।
ଶତ ସିଂହ ର ବଳେ
ହୋଇ ବଳୀୟାନ ,
ଅକ୍ଷୁର୍ଣ୍ଣ ରଖେ ତା'ର
ପୂଣ୍ୟ ଅଭିଯାନ,
ଜୀବନକୁ ବାଜି ରଖି ,
ଗଢ଼େ ଏକ ନୂତନ ଧରଣୀ,
ସାମାନ୍ୟl ନୁହେଁ ସେ ନାରୀ,
ଅଟେ ନାରାୟଣୀ।
By Anjla Paramguru

Comments