ଚରମ ମର୍ମ
By Anjla Paramguru
ଜୀବନ ଦରିଆ ବୁକେ
କେତେ ଯେ ଲହଡ଼ି ,
ହିସାବ କି କରି ହେବ
ଗୋଟି ଗୋଟି କରି !!!
କେବେ ଛୋଟ କେବେ ବଡ଼
କେବେ ଯେ ମଧ୍ୟମ,
ନତ ମସ୍ତକ ହୋଇ କର
ସ୍ଵାଗତ ପ୍ରଣାମ ।
ତରଙ୍ଗ, ତରଙ୍ଗାୟିତ
ହେବା ସ୍ଵାଭାବିକ,
ଭିତରେ ବାହାରେ ତାର
ରୂପ ଯେ ଅନେକ।
ବାୟୁ ,ଜଳ, ଲହୁ,ଲୁହ
ସବୁଠି ତରଙ୍ଗ,
ବହିର୍ଦେଶ, ଅନ୍ତର୍ଦେଶ
ପ୍ରକୃତି, ଅନଙ୍ଗ ।
ଜୀବନ କଳା ନୈପୁଣ୍ୟେ
ହେଲେ ପାରଦର୍ଶୀ,
' ତରୀ କୂଳେ ଲାଗେ ସବୁ
ବାଧା, ବିଘ୍ନ ଉପେକ୍ଷୀ।
ଏହି ଯେ ଚରମ ମର୍ମ
ସତ୍ୟ ଅନୁପମ,
ବିଭୁ ପାଦେ ରହୁ ସଦା
ଲୟ ଅନୁଧ୍ୟାନ ।
ଟିଟିଲାଗଡ଼, ବଲାଙ୍ଗୀର
By Anjla Paramguru

Comments