ଆପେକ୍ଷିକ ବର୍ଣାଳୀ
By Anjla Paramguru
ଜୀବନ ??
ଜୀବନଟା ମିଛିମି଼ଛିକା
ବାଲିଘର, ଦାଣ୍ଡ ଧୂଳି
ଗାଧୁଆ ତୁଠ କଳରବ,
ଚପଳଉଚ୍ଛ୍ୱାସ , ଜଳକ୍ରୀଡ଼ା,
ଆମ୍ବତୋଟା, ଟେକା ଫୋପଡ଼ା ,
ବର ଓହଳ,ଦୋଳି ଖେଳ
ସାଙ୍ଗ ସାଥୀ,
ଟାହି ଟାପରା ।
ତତ୍ପରେ ---
ସତସତିକା
ମିଛ ଦୁନିଆଁ;
ପିତ୍ରାଳୟ,ମନ ଆକାଶ,
ସ୍ମୃତି ଜହ୍ନ, ଶୀତଳତାର
ଅନାହୂତ ସ୍ପର୍ଶ ,
ହୃଦୟ ବେଳାର
ଅଜଣା ଉଲ୍ଲାସ।
ଖାଲ ଢିପ, ବାଆ ବତାସ,
ଝଡ଼ ଝଞ୍ଜା, ପାଣି ପବନ,
ହର୍ଷ - ବିଷାଦ ର ଏକ
ଅନ୍ତହୀନ ଅନ୍ତ ଅନ୍ୱେଷଣ।
କେତେ ବେଳେ
ମନ୍ଦ ମଳୟ ସାଥେ
ବସନ୍ତର ମତୁଆଲା
ଆଷ୍ଳେଶ; ତ ପୁଣି
କେତେ ବେଳେ
ଜୁଇ ର ଯୂପ - କାଠେ
ଜୀବନ ର ବିଶ୍ଳେଷ।
By Anjla Paramguru

Comments