top of page

ଓଡ଼ିଆ ମୋ ପର୍ବ - By Mamata Das

15 minutes ago
3 min read

Written By: Mamata Das

Category: Essay

Competition: Poetry and Creative Writing Competition 2026

Mamata Das brings to life the rich cultural tapestry of Odisha in her essay "ଓଡ଼ିଆ ମୋ ପର୍ବ," a submission to the prestigious Poetry and Creative Writing Competition 2026. This essay is a vivid exploration of the myriad festivals celebrated in Odisha, encapsulating the essence of community and tradition. Through her narrative, Mamata Das invites readers to delve into the heart of Odia culture, showcasing its vibrant celebrations and deep-rooted heritage.

About the Work

"ଓଡ଼ିଆ ମୋ ପର୍ବ" by Mamata Das offers a heartfelt portrayal of Odia festivals, each month bringing its own unique celebration. With descriptive imagery and a keen sense of tradition, the essay captures the spirit of unity and joy that these festivals inspire. The writing style is both informative and evocative, painting a picture of the cultural significance and the communal joy that these celebrations foster in Odisha.

ଓଡ଼ିଆ ମୋ ପର୍ବ

Original Submission by Mamata Das

ଓଡ଼ିଆ ମୋ ପର୍ବ

ଗର୍ବରେ କହେ ମୁଁ ଓଡ଼ିଆ। ଓଡ଼ିଶା ହେଉଛି କଳା, ସଂସ୍କୃତି ଏବଂ ବିଭିନ୍ନ ପରମ୍ପରାର ମାଟି। ଓଡ଼ିଆ ସଂସ୍କୃତିରେ ଏକ କଥା ରହିଛି -\" ବାର ମାସରେ ତେର ପର୍ବ\"। ଏହାର ଅର୍ଥ ହେଉଛି ଓଡ଼ିଶାରେ ବର୍ଷର ପ୍ରତିଟି ମାସରେ କିଛି ନା କିଛି ପର୍ବପର୍ବାଣୀ ଆସିଥାଏ।ଓ ଏହାକୁ ଲୋକମାନେ ଅତି ଉତ୍ସାହର ସହ ପାଳନ କରିଥାନ୍ତି। ଇଂରାଜୀ ନବବର୍ଷ କହିଲେ ଜାନୁଆରୀ ୧ ତାରିଖ କୁ ସମସ୍ତେ ପାଳନ କରନ୍ତି। କିନ୍ତୁ ଆମ ଓଡ଼ିଆ ବର୍ଷର ଆରମ୍ଭ ହୁଏ ବୈଶାଖ ମାସର ପଣା ସଂକ୍ରାନ୍ତି ଓ ଅକ୍ଷୟ ତୃତୀୟା ଠାରୁ। ଯେଉଁଠି ଚାଷୀ ମାନେ ପ୍ରଥମେ ବିଲରେ ଧାନ ବୁଣନ୍ତି ଓ ଚାଷ କାର୍ଯ୍ୟ ଆରମ୍ଭ କରନ୍ତି। ଜୈଷ୍ଠ ମାସରେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା। ଏହି ଦିନ ମହାପ୍ରଭୁଙ୍କୁ ସ୍ନାନମଣ୍ଡପରେ ୧୦୮ ଗରା ସୁବାସିତ ଜଳରେ ସ୍ନାନ କରାଯାଏ। ଆଉ ଝିଅ ମାନଙ୍କର ପ୍ରିୟ ରଜ ପର୍ବ ମଧ୍ୟ ଆସିଥାଏ।ଘରେ ଘରେ ଝିଅ ମାନେ ପୋଡ଼ପିଠା ଖାଇ ଦୋଳି ଖେଳନ୍ତି।ଆଷାଢ଼ରେ ଆସେ ବିଶ୍ଵପ୍ରସିଦ୍ଧ ରଥଯାତ୍ରା, ଯେଉଁଠି କାଳିଆ ସାଆନ୍ତ ରଥରେ ବସି ବଡ଼ଦାଣ୍ଡକୁ ଓହ୍ଲାଇ ଆସନ୍ତି।ଓ ବାହୁଡା଼ ଯାତ୍ରାରେ ପୁଣି ଥରେ ରଥରେ ବସି ଶ୍ରୀମନ୍ଦିର କୁ ଫେରି ଯାଆନ୍ତି ମାଆ ଲକ୍ଷ୍ମୀଙ୍କ ପାଖକୁ। ଶ୍ରାବଣ ରେ ଝୁଲଣ ଯାତ୍ରା ଓ ବୋଲବମ୍ ରେ ଭକ୍ତମାନେ ଖାଲି ପାଦରେ ଚାଲି ଚାଲି ହାତରେ ବାହୁଙ୍ଗା ଧରି ପାଣି ଢ଼ାଳିବାକୁ ମନ୍ଦିର ଆଗରେ ଭିଡ ଜମାନ୍ତି। ଭାଦ୍ରବ ମାସରେ ଗଣେଶ ପୂଜା ଓ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ଆସେ। ଏଥିରେ ମାଆ ସମଲେଶ୍ଵରୀଙ୍କୁ ପୂଜା କରାଯାଏ ଓ ନୂଆ ଧାନର ଅନ୍ନ ପ୍ରସାଦ ରୂପେ ସମସ୍ତେ ପାଆନ୍ତି। ଆଶ୍ଵିନ ମାସରେ ମାଆ ଦୁର୍ଗାଙ୍କ ପୂଜା ଏବଂ କୁମାର ପୂର୍ଣ୍ଣିମାର ଜହ୍ନ ଆଲୁଅରେ କୁଆଁରୀ ସଜବାଜ ହୋଇ ଜହ୍ନକୁ ପୂଜା କରନ୍ତି। କାର୍ତ୍ତିକ ମାସରେ ବୋଇତ ବନ୍ଦାଣ ଆମ ଗୌରବମୟ ନୌବାଣିଜ୍ୟ ଇତିହାସକୁ ମନେ ପକାଇ ଦିଏ। ସକାଳୁ ସକାଳୁ ନଦୀ ବା ପୋଖରୀରେ କଦଳୀ ପାଟୁଆ ଡଙ୍ଗା ତିଆରି କରି \"ଆ କା ମା ବୈ \" ଗୀତ ଗାଇ ଡଙ୍ଗା ଭସାଇ ଦିଅନ୍ତି। ମାର୍ଗଶୀର ମାସର ପ୍ରତି ଗୁରୁବାର ଦିନ ମହିଳାମାନେ ଘରର ଦ୍ଵାରରେ ସୁନ୍ଦର ଝୋଟି ବା ଚିତା ପକାଇ ଧନର ଦେବୀ ମା ଲକ୍ଷ୍ମୀଙ୍କୁ ପୂଜା କରନ୍ତି। ଓ ଘରର ପ୍ରଥମ ବଡ଼ ପୁଅ ହେଉ କିମ୍ବା ଝିଅ ଙ୍କୁ ପ୍ରଥମାଷ୍ଟମୀ ରୂପେ ନୂଆ ପୋଷାକ ପିନ୍ଧାଇ ପୂଜା କରାଯାଏ। ପୌଷ ମାସରେ ଧନୁଯାତ୍ରା ଓ ସାମ୍ବଦଶମୀର ସୂର୍ଯ୍ୟ ପୂଜା ମଧ୍ୟ ହୁଏ। ମାଘ ମାସରେ ମା' ସରସ୍ଵତୀଙ୍କ ପୂଜା ଏବଂ ଫାଲଗୁନରେ ମହାଦେବଙ୍କ ଜାଗର ଆସିଥାଏ। ଯେଉଁଥିରେ ସମସ୍ତେ ରାତି ଅନିଦ୍ରା ହୋଇ ମନ୍ଦିର ସାମ୍ନା ରେ ଦୀପ ଜାଳି ନିଜର ମନସ୍କାମନା ପୂରଣ କରନ୍ତି। ଫାଲଗୁନରେ ଖାଲି ଜାଗର ନୁହେଁ ଫଗୁର ପର୍ବ ହୋଲି ମଧ୍ୟ ଆସେ। ସମସ୍ତେ ମିଳିମିଶି ପରସ୍ପରକୁ ରଙ୍ଗ ଲଗାନ୍ତି। ଏବଂ ଶେଷରେ ଆସିଲା ଚୈତ୍ର ମାସରେ ଚୈତ୍ର ପର୍ବ ମା' ମଙ୍ଗଳା ଓ ବାସନ୍ତୀ ଦୁର୍ଗାପୂଜା ସହ ବର୍ଷ ଶେଷ ହୁଏ ଆମ ଓଡ଼ିଆ ପର୍ବ। ଆମର ଏହି ଓଡ଼ିଆ ପର୍ବ ଖାଲି ପର୍ବ ନୁହେଁ।ଏହା ଆମର ଭାଇଚାରା, ଆପଣାପଣ ଏବଂ ଓଡ଼ିଆତ୍ୱର ପର୍ବ । ଆମ ଓଡ଼ିଶାରେ ଯେତେବେଳେ କାହା ଘରେ କିଛି ଉତ୍ସବ ହୁଏ ସାରା ଗାଁ ଏକାଠି ହୋଇ ଏହି ପର୍ବକୁ ଧୂମଧାମରେ ପାଳନ କରେ। ସମସ୍ତେଙ୍କୁ ଆପଣାର କରିବା ଏବଂ ମିଳିମିଶି ଚଳିବା , ଦୁଃଖ ସୁଖ କୁ ପରସ୍ପର ସହ ବାଣ୍ଟିବା ହେଉଛି ଆମର ତେର ନମ୍ବର ପର୍ବ । ଓଡ଼ିଶାରେ ପର୍ବପର୍ବାଣୀ କେବଳ ପୂଜାପାଠ କି ଛୁଟିଦିନରେ ସୀମିତ ନୁହେଁ, ଏହା ମଣିଷକୁ ମଣିଷ ସହ ଯୋଡ଼ିବାର ଏକ ପବିତ୍ର ସୂତା । ଯିଏ ଯେତେ ଦୂରରେ ରହି ନିଜର ପରିବାର ପୋଷିଲେ ମଧ୍ୟ, ପୂଜା ପର୍ବରେ ସେ ନିଜର ଗାଁ ମାଟି ଓ ପରିବାର ପାଖକୁ ଫେରିଥାଏ। ସତରେ ମୋ ଓଡ଼ିଶା ଖୁବ୍ ନିଆଁରା । ଖାଲି ପର୍ବ ନୁହେଁ ଓଡ଼ିଶାର ନୃତ୍ୟ, କଳା ସଂସ୍କୃତି ମଧ୍ୟ ବହୁତ ସୁନ୍ଦର।

About the Competition

The Poetry and Creative Writing Competition 2026 by Hashtag Kalakar is a celebrated event that brings together creative minds from diverse backgrounds, offering a platform for writers to showcase their talents. The competition embraces a wide array of genres, encouraging participants to express their distinct voices and perspectives through poetry, essays, and creative writing.

We extend our heartfelt thanks to Mamata Das for her insightful contribution, "ଓଡ଼ିଆ ମୋ ପର୍ବ," to the Poetry and Creative Writing Competition 2026. Her essay beautifully captures the essence of Odisha's vibrant festivals, providing a glimpse into the rich cultural heritage that defines the region. Thank you, Mamata, for sharing your talent and enriching our understanding of Odia culture.

About Hashtag Kalakar

Hashtag Kalakar is a creative platform dedicated to providing artists, writers, singers and other creative talents with opportunities to showcase their work and reach wider audiences through competitions, features and creative initiatives.

 
 
 

Recent Posts

See All
STIFLED - By Mehek Naskar

Written By: Mehek Naskar Category: Poetry Competition: Poetry and Creative Writing Competition 2026 Mehek Naskar, with their poignant poem "STIFLED," brings a reflective piece to the forefront of the

 
 
 
Strong or Weak - By Jyoti Nair

Written By: Jyoti Nair Category: POETRY Competition: Poetry and Creative Writing Competition 2026 In the evocative poem "Strong or Weak," Jyoti Nair delves into the themes of strength and vulnerabili

 
 
 

Comments

Rated 0 out of 5 stars.
No ratings yet

Add a rating
bottom of page