ଫଲ୍ ଗୁ - ସମ୍ମୋହନର
- Hashtag Kalakar
- Oct 4
- 1 min read
By Anjla Paramguru
ଶ୍ରୀମତି ଅଞ୍ଜଳା ପରମଗୁରୁ
ତନ୍ମୟ ହୋଇ ଶୁଣୁଥିଲି ମୁଁ
ତାଙ୍କ ସଂଯୋଜନା,
ଶାବ୍ଦିକ ଛଟା ତାଙ୍କର
ଥିଲା ଅତୀବ ଜୀବନ୍ତ;
ବିଦଗ୍ଧ ହୃଦୟର ରୂପ ମାଧୁରୀ,
ସତେ ଅବା ଆକର୍ଷି
ନେଇଥିଲା ମୋ ଆତ୍ମାକୁ ,
ଅଭିମନ୍ତ୍ରିତ ହୋଇଯାଇଥିଲି ଅବା
ସମ୍ମୋହନ ମନ୍ତ୍ରରେ ।
ବୋଧ ହେଉଥିଲା ,
ବିଚରଣ କରୁଛି ମୁଁ
ଭିନ୍ନ ଏକ ଇଲାକାରେ ।
କିନ୍ତୁ ତାହା,
ସେପରି ନ ଥିଲା ------
ହଠାତ୍ ଆହ୍ୱାନ ଶୁଣାଗଲା ,
ନାମଟି ମୋର ଭାସି ଆସିଲା
ବାୟୁ ତରଙ୍ଗରେ ,
ସ୍ବପ୍ନଭଙ୍ଗ ହେବା ପରି
ଅପ୍ରତିଭ ହୋଇଗଲି ମୁଁ,
ମୋତେ ଲାଗୁଥିଲl ,
ଆହୁରି ଝରିବ, ଝରୁଥିଵ,
ଅଜସ୍ର ଧାରାରେ ଝରୁଥିବ
ଏ ପ୍ରେମର ଫଲ୍ ଗୁ ,
ଆଉ ମୁଁ ଭିଜୁଥିବି
ମସ୍ ଗୁଲ୍ ହୋଇ,
ଆତ୍ମ ବିଭୋର ହୋଇ
ସୁଖର ଫୁଆରରେ,
ପାର୍ଥୀବ ଆକର୍ଷଣର
ଅନେକ ଉର୍ଦ୍ଧ୍ୱରେ,
ଆନନ୍ଦର ଅସୀମ ସାଗରେ ।
By Anjla Paramguru

Comments